"କହୁଥିଲ ମୁଁ ଯେ ରାଣୀ ତୁମର
ଆଜି ଭାବୁଛ ମୋତେ ତୁମରି ଚାକର
ଦେଉଥିଲ ମତେ ତୁମେ ନାନା ଉପହାର
ଆଜି କହୁଛ ମୁଁ ତୁମଙ୍କୁ କରୁଛି ବିଜାର" । ।
"ବାସି ହେଇଯାଏ ପ୍ରେମ,ସରିଲେ ବାହାଘର
ଜାଣିଥିଲେ ଜୀବନରେ ରହିଥାନ୍ତି ବ୍ୟାଚଲର
ପ୍ରେମ ପାଇଁ ଛାଡିଥିଲି ସରକାରୀ ବର
ସରିଗଲା ପରେ ପ୍ରେମ କିଏ ବା କାହାର "? ?
"ମାସକୁ ମାତ୍ର ଚାରିଖଣ୍ଡ ପାଟଶାଢୀ ଯେ ଦେଉଛ
ସେଥିପାଇଁ ଫୁଟାଣିଆ କଥା କେତେ ଯେ ଗପୁଛ
ମୋ ହାତରନ୍ଧା ଖାଇବାର ସୌଭାଗ୍ୟ ପାଇଛ
ଭଲ ଲାଗୁନାହିଁ କହି ବୁଲି ବୁଲି ବାହାରେ ଖାଉଛ" । ।
"ମୁଁ ଯଦି ଭଲ ଲାଗୁନାହିଁ ଆଉ ଯେ ତୁମକୁ
ବିନାଶ କାଳେ ବିପରୀତ ବୁଦ୍ଧି ହେଲା ଯେ ତୁମକୁ
କହିଦିଅ ଚାଲିଯିବି ମୁଁ ମୋ ବାପ ଘରକୁ
ଛୁଆ ପିଲା ଧରି ତୁମେ ସମ୍ଭାଳ ତୁମ ସଂସାରକୁ "। ।
ବ୍ୟଙ୍ଗ କବି
ଜିତୁ ସରକାର୍
©loni1998
L