ପଥଭ୍ରଷ୍ଟ ମଣିଷ
"ଜୀବନ ଅଟଇ କେଡେ ମନୋହର
ଈଶ୍ୱର ନାମରେ କର ତାକୁ ପାର
ଦୁଃଖ କଷ୍ଟ ଭରା, ଏ ଛାର ଜୀବନେ
କରି ଦେଖ ଥରେ ଭକ୍ତିର ସଞ୍ଚାର "
"ମାନବ ସେବା ହିଁ ମାଧବ ର ସେବା
ପଢ଼ିଛେ ଗ୍ରନ୍ଥ ପୁରାଣେ
ମନୁଷ୍ୟ ରୂପରେ ଦେବତା ଅଟେ ସେ
ଯିଏ, ଏ ରୂଢି ର ମର୍ମ ଜାଣେ "
"ଆସିଅଛେ ଦୁନିଆକୁ ମନୁଷ୍ୟ ଜନ୍ମ ରେ
କର୍ମ କର ନାହିଁ, ପଶୁ ପରି
ଜୀବନର ଶେଷ ନିଶ୍ୱାସ ଯାଏ
ଜପୁଥାଅ ହରି ହରି "
"ହରି ନାମେ ଅଛି ଅମୃତ ସ୍ମରଣ
ହୁଅ ନାହିଁ କେବେ ଦାରୁଣ ସମାନ
ସେବା, ଧର୍ମ ଅଟେ ସତ୍ୟ ର ପ୍ରମାଣ
କର ନାହିଁ ତାକୁ, ଦୁଃଖେ ମ୍ରିୟମାଣ "
"ହିଂସା,ବାଦ, ଲୋଭ ବଶବର୍ତ୍ତୀ ହୋଇ
ମଣିଷ ବୁଝେନି ମଣିଷ ମୂଲ୍ୟ
କାମନା ନିଶା ରେ ଅନ୍ଧ ହୋଇଯାଇ
ସେ ପାଲଟେ ପଶୁ ର ତୁଲ୍ୟ "
"ଧର୍ମ ର ମାର୍ଗ କୁ ଭୁଲିଛି କେବେଠୁ
ସେ ଖୁସି ପାଏ କରି ଭୋଗବିଳାସ
ସମ୍ପତି ପଛରେ, ଧାଇଁ ଧାଇଁ
ଆଜି ପଥଭ୍ରଷ୍ଟ ଏ ମଣିଷ
ଶକ୍ତିମାନ ସାହୁ
©loni1998
L