"କହୁଥିଲ ଦିନେ ମୁଁ ଯେ ରାଣୀ ତୁମର
ଆଜି ଭାବୁଛ କିପରି ମତେ ତୁମ ଚାକର
ଭଲ ଲାଗୁଥୁଲା ଦିନେ ସବୁ କଥା ମୋର
ଆଜି ସେଇକଥା କାଇଁ ଲାଗେ,ତୁମକୁ ବିଜାର"
"ବାସି ହେଇଯାଏ ପ୍ରେମ,ସରିଲେ ବାହାଘର
ଜାଣିଥିଲେ ଜୀବନରେ ରହିଥାନ୍ତି ବ୍ୟାଚଲର
ତୁମ ପ୍ରେମ ପାଇଁ ଛାଡିଥିଲି ସରକାରୀ ବର
ସରିଗଲା ପରେ ପ୍ରେମ,କିଏ ବା କାହାର ? ?"
"ମାସକୁ ମାତ୍ର ଚାରିଖଣ୍ଡ ପାଟଶାଢୀ ଯେ ଦେଉଛ
ସେଥିପାଇଁ ଫୁଟାଣିଆ କଥା କେତେ ଯେ ଗପୁଛ
ମୋ ହାତରନ୍ଧା ଖାଇବାକୁ ଦୁରେଇ ଦେଇଛ
ଭଲ ଲାଗୁନାହିଁ କହି, ଯାଇ ହୋଟେଲ ରେ ଖାଉଛ " । ।
"ମୁଁ ଯଦି ଭଲ ଲାଗୁନାହିଁ ଆଉ ଯେ ତୁମକୁ
ବିନାଶ କାଳେ ବିପରୀତ ବୁଦ୍ଧି ଘାରିଛି ତୁମକୁ
କହିଦିଅ ଚାଲିଯିବି ମୁଁ ମୋ ବାପ ଘରକୁ
ଛୁଆ ପିଲା ଧରି ତୁମେ ସମ୍ଭାଳ ତୁମ ସଂସାରକୁ "। ।
ବ୍ୟଙ୍ଗ କବି
ଜିତୁ ସରକାର୍
©loni1998
L