L

ଆଧୁନିକ ବୋହୁ

"ଆଧୁନିକତାର ନିଶା ଏ ସମାଜେ
ମଦ ଠାରୁ ବଳିଗଲା
ଆଧୁନିକତା ର ନଗଦ ଅଗ୍ନି ରେ
ଆମ ସଂସ୍କାର ଜଳିପୋଡ଼ିଲା "🔥
"ଓଢଣା, ସିନ୍ଦୁର ସବୁ ମୂଲ୍ୟହୀନ
ଆମେ ଆଧୁନିକ ଯୁଗ ବୋହୁ
swiggy, zomato ରୁ ଖାଇବା ମଗାଇ
ଆମେ ଡନଲପ ଗଦି ରେ ଶୋଉ "
"ଜିମ୍, ହୋଟେଲ, ପାର୍ଲର ଆଦି
ଆମେ ନିତି ଧାଉଁଥାଏ
ଶାଶୁ ଶ୍ୱଶୁର ଙ୍କ ସେବା କରିବାକୁ
ସମୟ ତିଳେ ନଥାଏ "
"ତାଙ୍କ ସମ୍ପତିରେ ଅୟସ କରି
ତାଙ୍କୁ ମରଣ ମୁହଁକୁ ଦଉଛେ ଠେଲି
ତାଙ୍କ ଶେଷ ଅବସ୍ଥା ରେ, ଘୃଣା କରି ଆମେ
ନିଜ ବାଟରେ ଯାଉଛେ ଚାଲି "
"ତାଙ୍କ ବୃଦ୍ଧ ଅବସ୍ଥାରେ, ନିଜ ହାତେ ନେଇ
ତାଙ୍କୁ ଛାଡି ଆସେ ବୃଦ୍ଧାଶ୍ରମେ
ନିସ୍ୱାର୍ଥପର ମନେ, ଭାବିଦେଖ ଥରେ
କେଡେ ନିଷ୍ଠୁର ଅଟେ ରେ ଆମେ"
"ତାଙ୍କ ଅଶ୍ରୁଧାର, ଆମ ପାପର କାରଣ
ତାଙ୍କ ଓଠ ହସ ଆଣେ ପୁଣ୍ୟ
ଦଶ ମହଲାର ଘର ହଉ ପଛେ
ପିତାମାତା ବିନା ଗୃହ ଶୂନ୍ୟ "
ରାଜଶ୍ରୀ
©loni1998