ଯୋଉ ଦିନ ପ୍ରଥମ ଥର ଆଇନାରେ ଦେଖିଥିଲି,
ମୁଁ ନିଜ ପ୍ରତିବିମ୍ବ...........
କିଛକ୍ଷଣ ପାଇଁ ଭାବିନେଲି ବୋଧ ହୁଏ ମିଳିଯାଇଛି,
ମତେ ମୋ ସାଙ୍ଗ...........
ପୁଣି ଭାବିଲି ଏଇଟା କେମିତି ସମ୍ଭବ???
ଯେତେବେଳେ ଭି ମୁଁ ତାକୁ ଛୁଇଁବାକୁ ଚେଷ୍ଟା କରୁଥିଲି,
ସେ ଭି ମତେ ଛୁଉଁଥିଲା.........
ହେଲେ ଯେତେବଳେ ମୁଁ ତାକୁ ଧରିବାକୁ ଯାଉଥିଲି,
ସେ ଲୁଚି ଯାଉଥିଲା।
ଚାରିପଟେ ବୁଲି ବୁଲି ଖୋଜୁଥିଲି ତାକୁ ଧରିବା ପାଇଁ,
ହେଲେ ସେ କୋଉ ମତେ ଧରା ଦଉଥିଲା.........
ମାେ ସହ ପରା ଲୁଚକାଳି ଖେଳୁଥିଲା।
ହଠାତ୍ ପଛରୁ ମା ଆସି ମତେ ଧରିପକାଇଲା,
ଆଉ ବହୁତ ମାରିଲା........
ଶେଷରେ ଜାଣିବାକୁ ପାଇଲି କି, ସେ ମୁଁ ନୁହେଁ.......
ମୋର ଅବାସ୍ତବ ପ୍ରତିବିମ୍ବ ଥିଲା।
S.N(LIJU)
©fellall
L