M

ଅମ୍ପନ ସହ ମୋର ବାର୍ତାଳାପ

ପ୍ରତିଦିନର ସ୍ମୃତି ସାଉଁଟିବାକୁ ମୁଁ ଭାରି ଭଲ ପାଏ.
ଆଜିର ସ୍ମୃତି ସାଉଣ୍ଟିବା ପାଇଁ ମୋ ପାଖରେ ଅଛି ମୋର ଖାତା, କଲମ, ଖଣ୍ଡିଏ ସପ ଓ ତା ଉପରେ ମୁଁ. ଆଉ ମୋ ସହ ଅଛି ବାତ୍ୟା ଅମ୍ପନ.
Me to Ampan::-
ଘନଘନ ଶୁଣେ ଟିଭି ରୁ ତୋ କଥା,
ତୋ ପାଇଁ ଲୋକଙ୍କ ଘୁରିଲାଣି ମଥା.
ଫନି ଯିବା ଏବେ ବରଷେ ହେଇଛି,
ପୁଣି ତୁ କି ଆସିବା ଦରକାର ଅଛି.
ଯା' ରେ ଯା ' ତୁ ଆଉ କେଉଁଠାକୁ,
କାହିଁକି ଆସିଛୁ ମୋ ଓଡିଶାକୁ.
ମୋ ରାଇଜେ ଆଉ କେତେ ଯେ ସହିବେ,
ତୋ ପରେ ପୁଣି ହନ୍ତସନ୍ତ ହେବେ.
Ampan to me::-
ମୁଁ ଆସିନାହିଁ ମୋ ନିଜ ଇଛାରେ,
ତୁମେମାନେ ମତେ ଭିଡି ଆଣିଛରେ.
ଆସିଛି ତା ଟିକେ ବୁଲିକରି ଯିବି,
ଭୋଜନ ମଉଜ ସାରିକରି ଯିବି.
ଦେଖିଯିବି କିଛି ଜିଲ୍ଲା ଓଡ଼ିଶାର,
ଭାଙ୍ଗିଦେବି ବୃକ୍ଷ, କିଛି ଘରଦ୍ୱାର.
ପୁଣି ଗଢ଼ିବ ସବୁ ନିଜ ହାତେ,
ତେବେ ସିନା କେବେ ଭୁଲିବନି ମତେ.
✏️ମଧୁସ୍ମିତା ଦାଶ📝
©missmadhu