L

"ବାପା"

ଯେତେ ଲେଖିଲେ ଭି ଲେଖା ସରିବନି,
ସରିଯିବ ଲେଖନୀରୁ କାଳି।
ମାେ ମନ ମନ୍ଦିରେ ତୁମେ ମୋ ଦେବତା,
ମୁଁ ତୁମ ଗଳାର ମାଳି।
ତୁମ ହାତ ଧରି ଚାଲିବା ଶିଖିଛି,
ତୁମ ପାଇଁ କରେ କଳି।
କହିବ ଯଦି ମୁଁ ହସି ହସି ଆଜି ,
ଦେଇଦେବି ନିଜ ବଳି।
କଲମରୁ ମୋର ନିସ୍ତୃତ ଯେତେ ବି ବାଣୀ,
ପ୍ରତି ଶବ୍ଦର ଅବିଲମ୍ବରେ ବିସ୍ତୃତ ତୁମ କାହାଣୀ।
ଦଣ୍ଡେ ନ ଦେଖିଲେ ମତେ ତୁମେ,
ତୁମ ଗଳାରୁ ଖସେନି ପାଣି।
ବାପା ବୋଲି ଥରେ ଡ଼ାକିଦେଲେ,
ତୁମେ ମନ କଥା ପାର ଜାଣି।
କିଛି ନ କହିଲେ ନିଶବ୍ଦ ଓଠରୁ,
ସବୁକଥା ପାର ଶୁଣି।
ସେଥିପାଇଁ ଏତେ ଭଲ ବାପା ତୁମେ,
ମନ ନିଅ ମୋର କିଣି।
S.N(LIJU)
©fellall