ଏହି ଯେ ମୋର ଭାରତ ଦେଶ
ଆହା, କେଡେ ସୁନ୍ଦର ତାହାର ବେଶ।
ତିରିପୁରା,ନାଶିକ, ବାରାଣସୀ, ପୁରୀ,
ଏହାର ଶିଖରେ ହିମାଳୟ ଗିରି।
କେଡେ ଶୀତଳ ଏହାର ମଳୟ ପବନ
ଏହିଠାରେ ଶ୍ରୀରାମ, ବୀର ଅରଜୁନ ଜନମ।
କେଡେ ମଧୁର ଏହାର ଭାଷା,
ଭାରତ ମାତା ଯେ ଆମ ସାହା ଭରଷା।
କେଡେ ସୁଗନ୍ଧିତ ଏହାର ମାଟି,
ତା କୋଳେ ଅଛି ମୋର ଯେ କେତେ ସ୍ମୃତି।
କେତେ ଯେ ସ୍ନେହି ମୋର ଭାଇ ଭଉଣୀ,
ମିଶି ଆମେ ପାଳୁ କେତେ ପର୍ବ ପର୍ବାଣୀ।
ଚାରି ଦିଗେ ଅଛି କେତେ ଯେ ମନ୍ଦିର,
ଭାରତର ସଭ୍ୟତା, ପରମ୍ପରା କେଡେ ଯେ ସୁନ୍ଦର।
ଭାରତ ବାସୀ, ଭାରି ସାହାସୀ,
ତା କୋଳେ ଜନମି ମୁଁ ବହୁତ ଖୁସି।😍
©bhargabi
B