ଦିନେ ଦୁଇ ସାଙ୍ଗ(ଚିକୁ ଓ ମିକୁ ), ତାଙ୍କ ଗାଁ ପାଖେ ପଡ଼ିଥିବା ଯାତ୍ରା ବୁଲିବାକୁ ଯାଇଥିଲେ, ଯାତ୍ରା ରେ ବୁଲୁଥିବା ସମୟରେ ଏକ ଅସହାୟ ବୁଢ଼ୀ ଲୋକଟି ଅତି ଗୁରୁତର ଅବସ୍ଥା ରେ ରାସ୍ତାରେ ପଡିଥିବାର ଦେଖିଲେ, ସେଠାରେ ମଧ୍ୟ ବହୁତ ଲୋକ ରୁଣ୍ଡ ହୋଇଥିଲେ, କିନ୍ତୁ କେହି ଜଣେ ବି ସହାୟତା ର ହାତ ବଢ଼ାଇ ନଥିଲେ, ଏହା ଦେଖି ଚିକୁ, ବୁଢ଼ୀଲୋକ ଟିକୁ ପାଖ ଡାକ୍ତରଖାନା କୁ ନେଇଯାଇ, ସମସ୍ତ ଖର୍ଚ୍ଚ ନିଜେ ବହନ କରି, ବୁଢ଼ୀ ଲୋକଟିକୁ ସମ୍ପୂର୍ଣ ସୁସ୍ଥ କରାଇଥିଲା, ଚିକୁ ର ଏପରି ଏକ ଉଦାର ହୃଦୟ ଦେଖି ସମସ୍ତେ ବାଃ ବାଃ କଲେ l ମିକୁ ମଧ୍ୟ ଚିକୁ ର ଏପରି କାମ ଦେଖି ତା ଉପରେ ବହୁତ ଖୁସି ହେଲା, ଏହାପରେ ଦୁଇ ସାଙ୍ଗ ଯାତ୍ରା ଦେଖିଲେ ଏବଂ ଯାତ୍ରା ସରିବା ପରେ ଘରକୁ ଫେରୁଥିଲେ, ଘରକୁ ଫେରିବା ବାଟରେ ଚିକୁ ପକେଟମାର କରି ଟଙ୍କା ଚୋରି କଲା, ଏହା ଦେଖି ମିକୁ ଆଶ୍ଚର୍ଯ୍ୟ ହୋଇ ପଚାରିଲା, ସାଙ୍ଗ ସେଠାରେ ଏତେ ଲୋକ ଥାଇ ମଧ୍ୟ ତୁ ଏକା ସେ ବୁଢ଼ୀ ଲୋକ ଟିକୁ ସାହାଯ୍ୟ ର ହାତ ବଢ଼ାଇ ଥିଲୁ, ତୋର ସେ ମହାନ କାମ ଦେଖି ତତେ ମୋ ସାଙ୍ଗ ରୂପେ ପାଇଁ ମୁଁ ଗର୍ବ କରୁଥିଲି, କିନ୍ତୁ ଏଠି ଏ ଚୋରି ତୁ କରୁଛୁ କିପରି, ଛି ଚିକୁ ଛି, ତତେ ମୋ ସାଙ୍ଗ କହିବାକୁ ଏବେ ମତେ ଲାଜ ଲାଗୁଛି..
ଏହା ଶୁଣି ଚିକୁ କହିଲା, ଆରେ ବୁଧୁ, ଏତେ ଲୋକ ଙ୍କ ଆଗରେ ସେ ବୁଢ଼ୀ ଟିକୁ ସାହାଯ୍ୟ କରିଥିବାରୁ ଆଜି ମୁଁ ସମସ୍ତଙ୍କ ଆଗରେ ମହାନ, ଆଉ ଏଠି ଏ ପକେଟମାର ଦେଖୁଛି କିଏ?
ଚିକୁ ର ଏପରି ମନଭାବ ଦେଖି, ମିକୁ ବହୁତ ଦୁଃଖ ପ୍ରକାଶ କଲା, ଏବଂ ଚିକୁ କୁ ବୁଝେଇବାକୁ ଚେଷ୍ଟା କଲା, ମିକୁ କହିଲା :ସାଙ୍ଗ ଭଲ ହବାର ଅଛି ତ ଭଗବାନ ଙ୍କ ଆଗରେ ଭଲ ହ, ଏ ଛାର ମଣିଷ, ଏ ସ୍ୱାର୍ଥପରା ଦୁନିଆ ତ ଭଗବାନ ଙ୍କୁ ବି ନିନ୍ଦା କରିବାକୁ ପଛାଏ ନାହିଁ,
ହୁଏତ ତୁ ଲକ୍ଷେ ଲୋକ ଙ୍କ ଆଗରେ ବୁଢ଼ୀ ଟିର ସହାୟତା କରି ମହାନ ହେଇଯାଇଛୁ , କିନ୍ତୁ ଆଜି ତୁ ଏକାନ୍ତ ରେ ଚୋରି କରି ଭଗବାନ ଙ୍କ ଆଗରେ ଖରାପ ହେଇଯାଇଛୁ , ହୁଏତ ଲକ୍ଷେ ମୁହଁରୁ ତୁ ପ୍ରଶଂସା ଶୁଣିଛୁ କିନ୍ତୁ ଆଜି ଏ ସୃଷ୍ଟିର ସ୍ରଷ୍ଟା ଆଗରେ ନିନ୍ଦା ର ପତ୍ର ହେଇଯାଇଚୁ
ସହାୟତା କରିବାର ଅଛି ତ ହୃଦୟରୁ କର, ଲୋକ ଦେଖାଣିଆ ସେବା, ଧର୍ମ କରି, ଏକାନ୍ତ ରେ ଚୋରି କରିବା ଭଳି ପାପ କର ନାହିଁ
ଶେଷରେ ମିକୁ କହିଲା : ସାଙ୍ଗ ତୁ କଣ ଶୁଣି ନାହୁଁ କି.... ଚକା ଆଖି ସବୁ ଦେଖୁଛି, ଦୁଃଖ ସୁଖ ସବୁ ବୁଝୁଛି,l ଶେଷରେ ଚିକୁ ନିଜର ଭୁଲ ବୁଝିପାରିଲା, ଏବଂ ନିଜେ କରିଥିବା ଭୁଲ ପାଇଁ ଭଗବାନ ଙ୍କୁ କ୍ଷମା ପ୍ରାଥନା କଲା...
ଏବଂ ଦୁଇ ସାଙ୍ଗ ମିଶିକି କହିଲେ :ଚକା ଆଖି ସବୁ ଦେଖୁଛି, ଦୁଃଖ ସୁଖ ସବୁ ବୁଝୁଛି 🙏
ରାଜଶ୍ରୀ 📝
©loni1998
L