L

ଏଇ ଆମ ନିର୍ଵାଚନ

ଦିନେ ଯାଇଥିଲି ଗାଁ ବୁଲି
ଘରେ ଘରେ ସେଠି ମାଛ ମାଂସ ଖାଲି
ଦେଖି ମୁ ଆଶ୍ଚର୍ଯ୍ୟ ହେଲି
ଦେଖି ଖୁସି ହେଲି,
ଯା ହଉ ବଢ଼ିଲାଣି ଗାଁ ମାନ
ହେଲେ ପଛରେ ଜାଣିଲି ଆର ମାସରେ
ଆସୁଅଛି ନିର୍ବାଚନ
ମାଛ, ମାଂସ ରେ ତୁ ପ୍ରଲୋଭିତ ହୋଇ
ହାରାନି ତୋ ସ୍ୱାଭିମାନ
ଜୟଯୁକ୍ତ କରା ସେଇ ବ୍ୟକ୍ତି ଟିକୁ
ଯିଏ ରଖିବା ଦେଶ ର ମାନ
ଚାଲି ଯା ଥରେ, ଗାଁ ଗହଳି କୁ
ଦେଖିବୁ ଯାଇ ସେ ଦୃଶ୍ୟ
ଭଗ୍ନ ଗୃହେ ସେଠି, ପିଲାଏ ପଢ଼ନ୍ତି
କରେଣ୍ଟ ଆସେନାହିଁ ମାସ ମାସ
ଅମୁକ କରିବୁ, ସମୁକ କରିବୁ
ଦେଇଥାନ୍ତି ମିଥ୍ୟା ବଚନ
ଥରେ ଜିତିଗଲେ ସବୁ ଭୁଲିଯାନ୍ତି
ଏଇ ଆମ ନିର୍ବାଚନ,,,, ଏଇ ଆମ ନିର୍ବାଚନ
©loni1998