M

ଗାଁ ଓ ଗ୍ରୀଷ୍ମ

ଆଉ କି ଫରକ,
ଗାଁ, ସହରରେ.......
ସବୁ ବଦଳି ଯାଉଛି,
ଏବେ ଧୀରେଧୀରେ......
ଏଣେ ସହରୀ ଢାଞ୍ଚାର,
ଭାରି ଆଦର.
ହେଲେ ବି ଲୋକେ କୁହନ୍ତି,
ସେସବୁ ଭାରି ବେକାର.......
ଗାଁରେ ଗ୍ରୀଷ୍ମ ଏବେ,
କଷ୍ଟକର ହେଲାଣି........
ପୁଣି ବରଷା ବତାସରେ,
କରେଂଟ ଗଲାଣି.......
ଏଣେ କୋରୋନା ସାହେବ
କଲେଣି ହତାଦର........
ହେଲେ ମଶା ମଉସା ଆମର,
ବୁଲନ୍ତି ଗାଁ ଠୁ ସହର.......
ହଉ, ତେବେ ଆଉ କଣ ଯେ କରିବା !!!!
ସବୁ ଋତୁସହ ତାଳ ମିଳାଇ ବଂଚିବା...... 😊
✏️ମଧୁସ୍ମିତା ଦାଶ 📝
©missmadhu