L

ଗୋଲାପ ଓ କଳାକାହ୍ନୁ (କଥୋପକଥନ )

ଗୋଲାପ ଓ କଳାକାହ୍ନୁ (କଥୋପକଥନ )
ଗୋଲାପ : ଆହା! କି ସୁନ୍ଦର, ଦଇବ ଗଢିଛି ରେ ମତେ
ନାହିଁ କେହି ମୋ ତୁଲ୍ୟ
ନିର୍ଜିବା ପୁଷ୍ପ ଟେ, ତୁ କଳାକାହ୍ନୁ
ସଂସାରେ ନାହିଁ ଟିକେ ତୋର ମୂଲ୍ୟ
କଳାକାହ୍ନୁ : କି ରୂପ ନେଇ ଗର୍ବ ତୁ କରୁଛୁ
କଣ୍ଟା ତୋର ଦେହ ସାରା
ସୌନ୍ଧର୍ଯ୍ୟ ର ମୂଲ୍ୟ, ହୀନ ହୋଇଯାଏ
ଯେବେ ଚରିତ୍ର, ହୁଏ ବେସୁରା
ଗୋଲାପ : ମୁହୂର୍ତ୍ତକରେ ମୁ ମୋହିନିଏ ମନ
ଆକର୍ଷଣ ର ଅଟେ ପ୍ରତିକ
ବୃକ୍ଷ ରେ ଜନ୍ମି ତୁ, ବୃକ୍ଷରେ ମଉଳୁ
ପୁଷ୍ପ ଜାତି ର, ଅଟୁ ତୁ ଘାତକ
କଳାକାହ୍ନୁ :ଈଶ୍ୱର ଚରଣେ ଲାଗିପାରେ ମୁ
ସେତିକି ମୋ ପାଈଁ ଯଥେଷ୍ଟ
ରୂପ ଥାଇ ଯଦି ଗୁଣ ମୋ ନଥିବା
କେବେ ହେଇପାରିବିନି ମୁ ଶ୍ରେଷ୍ଠ
କଳାକାହ୍ନୁ :ହେ ପୁଷ୍ପରାଜ, କରିଦେବ କ୍ଷମା
ଭୁଲ ଦର୍ଶାଇଦେଲି ମୁ ତୁମର
ଜାଣିବ ପତନ ଆସୁଛି ଗୋଡ଼ାଇ
ଯେବେ ବଢିଯାଏ ଅହଂକାର
ଗୋଲାପ : ଆଖିଖୋଲିଦେଲୁ ରେ କଳାକାହ୍ନୁ
କ୍ଷମା ମାଗୁଛି ତୋ ପାଦତଳେ
ନିର୍ମଳ, ନିଷ୍ପାପ ପୁଷ୍ପ ଟିଏ ତୁହି
ଈଶ୍ୱର ସେବାରେ ଆସୁଥା କାଳେ କାଳେ
Rajashree-loni
©loni1998