ପାଦ ଆଗକୁ ବଢିଲା ଯେତେବେଳେ,
ଜାଣିଲି ଯେ ବାଟ ଅନେକ.
ଘଞ୍ଚ ଜଙ୍ଗଲ ପରି,
ଚାରିଆଡେ ଭିଡ ବହୁତ.
ବିଛାଡ଼ି ହୋଇଗଲା ସବୁ ସ୍ବପ୍ନ ମୋର,
ଏକାଠି ସାଉଁଟିଲି ସବୁକୁ ହୋଇ ତରତର.
ଫେରି ଆସୁଥିଲି ମୋ ପୁରୁଣା ପରିଚୟ ନେଇ,
ଭେଟିଲି ସେ ପଥେ, ଭଗବାନ ରୂପୀ ଏକ ଗୁରୁ, ମୁହିଁ.
ସ୍ବପ୍ନ ମୋର ଟିକି ତାରକା ପରି ଚମକୁଛି ଏବେ,
ଦିନେ ସୁରୁଜ ହୋଇ ନିଶ୍ଚୟ ଉଇଁବ, ଯିଏ ଅସ୍ତ ହେବନାହିଁ କେବେ.
ଯାହାଙ୍କ ପାଇଁ ଆଜି ମୋ ସ୍ୱପ୍ନ ଦୁନିଆରେ ମୁଁ ଘୁରି ବୁଲୁଛି,
ସିଏ ମୋ ଗୁରୁ, ନୀତେନ୍ଦୁ ସାର 🙏
ତାଙ୍କ ପାଦ ତଳେ ଆଜି ବିନମ୍ର ପ୍ରଣାମ ଜଣାଉଛି. 🙏
✏️ମଧୁସ୍ମିତା ଦାଶ 📝
©missmadhu
M