J

ହେ...ଦଇବ ଏ କି କଲୁ... ମଝି ନଇରେ ଭାସାଇଦେଲୁ...

ଥିଲି ମୁଁ ଶୂନିଅ ଜଗତରେ
ବୁଲୁଥିଲି ମୁକୁତରେ
ନଥିଲା ତ ଭୟ କାହାର
ନୀଳ ଅମ୍ବର ଧରା ତଳେ ଥିଲା ମୋର ଘର
ଅସୀମ ଶୂନିଅ, ଅବିରାମ ସମୟ
ନଥିଲା କାହାର ଆକଟ ଆଶର ।।
ହେ...ଦଇବ ଏ କି କଲୁ... ମଝି ନଇରେ ଭାସାଇଦେଲୁ...
ଆଣି ତୁ ରଖିଲୁ ମୀନସମ ତାମସା ପୁଷ୍କରିଣୀରେ
ମାଆର ଉଦର କଲୁ ମୋର ଘର
ଅଦୃଶ୍ୟ ଜଗତରେ ବି ଥିଲା ମାଆର ଶକତି
ଖସୁଥିଲି ଖେଳୁଥିଲି ମନଭରି କେତେ... ମୁଁ ତାମସା ରେ
ନଥିଲା ତ କାହାର ଜୋଅର
ମନଜାଣି କେତେଯେ ବେୟଂଜନ
ପରସୁଥିଲା ଯେ ମାତ।।
ହେ...ଦଇବ ଏ କି କଲୁ... ମଝି ନଇରେ ଭାସାଇଦେଲୁ...
ଠେଲିଦେଇ କଳୁଷ କିରଣକୁ
କ୍ରନ୍ଦନରେ ଖୋଲିଲି ଚକ୍ଷୁ
ଜଗତ ଦେଖିବାକୁ
ବହୁ ଲୋକ ଖୁସିଥିଲେ ମୋତେ ଦେଖିବାକୁ
ହେଲେ ମୁଁ ନଥିଲିତ ଖୁସି
ଦୁଃଖରେ ବଞ୍ଚିବାଟା ଯାଇଥିଲି ଶିଖି ।।
ହେ...ଦଇବ ଏ କି କଲୁ... ମଝି ନଇରେ ଭାସାଇଦେଲୁ...
ଘରେ ନ ପଶୁଣୁ ବଜାଇଲୁ ଚାଳ
ଛିଦିରହୃଦେ ପଠାଇଲୁ ଦୁନିଆକୁ କଇଁ
ଭାବୁଥିଲି ମୁହିଁ ଖୁସି ଦେଉଥିଲି କେତେ
ହେଲେ ଆଜି ଲାଗୁନି ସେତେ
ଆଜିତ ଲାଗୁନି ସତେ।।
ଜଣେ ମୁଁ ଯେ ତୁମେ
ଦେଇନେବାରେ ନିଇପୂଣ
ହେଲେ ଫେରେନେବାକୁ ବୋଧେ କରିଆଛପଣ ।।
to continued...
©judhistira