ହେ ମୋର ହୃଦୟ
ରୂପ ତୋର ରଙ୍ଗୀନ,
ଗୁଣ ବି ରଙ୍ଗୀନ, ତୋ ରୂପ ରଙ୍ଗରେ
ତୁ ସିନା ମୋହିତ କରିଦେଉ ପ୍ରେମିକାକୁ
ଠିକ ଯେପରି
ମେଘ ମୋହିତ କରେ ମୟୁର କୁ
ନାଚିଉଠେ ସେ ଆନନ୍ଦ ରେ
ମେଘର ମଲ୍ହାର ରେ,
କିନ୍ତୁ
ମୁଁ ପାରେନା କାହିଁକି ଜାଣେନା
କେତେବେଳେ ରହିଯାଏ, ସଭ୍ୟ ସମାଜ ଭୟରେ
କେତେବେଳେ ପୁଣି ନିଜ ଅହଂକାର ପାଇଁ
ମୋରି ପାଇଁ ତୁ ଭାଙ୍ଗି ଯାଉ
ଆଉ ତୋର ନୂଆ ନାଁ
ହୁଏ, କଣ ଜାଣୁ.....ନାଁ ତାର....ଭଙ୍ଗା ହୃଦୟ 💔.
©prasannaku
P