ଅଜଣା ଏ ସହରଟା
ରାତିହେଲେ ଆହୁରି ଅଜଣା ହେଇଯାଏ,
ମୋ ଗାଁ ର ଏତେ ବଡରାତି
ଏଠି ବହୁତ ଛୋଟ ହେଇଯାଏ,
ରାତି ପାହିଲେ ବାପାଙ୍କ ଡାକ ଶୁଭେନି
କି ମା'ର ବାସନ ଖଡଖଡ ଶବ୍ଦ କାନରେ ବାଜେନି,
ପୁଣି ଦିନସାରା ଗହଳି ରାସ୍ତାଘାଟ ଦେଇ ସମୟ ସରିଯାଏ
ଆଉ ଥକିଯାଇଥିବା ଶରୀର ଟିକିଏ ବିଶ୍ରାମପାଇଁ ଅନୁରୋଧ କରିଥାଏ.
✏️ମଧୁସ୍ମିତା ଦାଶ 📝
©missmadhu
M