2

ଇଲେକ୍ସନ

ରାଜତନ୍ତ୍ର କୁ ହଟାଇ ଆସିଗଲା ଗଣତନ୍ତ୍ର
କିନ୍ତୁ ଲୋକଙ୍କ ମନରେ
ରହିଗଲା କୁରାଜନୀତିର ସୁତ୍ର ।
ମିଛ ସତ ପ୍ରତିଶ୍ରୁତି ରେ
ବାଣ୍ଟି ଚାଲିଲେ ନିଜ ପତ୍ର
ମଦ୍ୟ ମା୦ସ ଲାଳସା ରେ
ଲୋକେ ଭୁଲି ଗଲେ ନିଜ ଗୋତ୍ର ।
ଘରେ ଘରେ ରାଜନୀତି ପସିଲା
ଭାଇଭାଇ ଭିତରେ ଗୋଷ୍ଠୀ ଗଢିଲା ।
ଗ୍ରାମ୍ୟ ପରିବେଶ ରଣକ୍ଷେତ୍ର
ହୋଇ ହଣାକଟା ଚାଲିଲା ।
ନିଧିଆ ମୋଉସା ତା'ର ଧାର
ଟଙ୍କା ସବୁସୁଝି ପକେଇଲା ।
ନୂଆ ହୋଇ ଆସିଥିବା ବୋହୁ ତା'ର
ମୁଣ୍ଡ ରୁ ଲୁଗା କାଢି଼ ଗାଁ ଦାଣ୍ଡେ ବୁଲିଲା ।
ମିଶନ ଶକ୍ତି ଗଢି଼ବ ।
ରୋଜଗାର ସିଏ କରିବ
ଏହି କଥା ଭାବି ରୋଷେଇ ନ କରି
ଶାଶୁ ସହ ଜୁଝି ବସିଲା ।
ଇଲେକ୍ସନ ସରିଲା ।
ସବୁ ଆଶା ର ଅନ୍ତ ଘଟିଲ ।ଭୋଟ ପାଇ ନେତା
ରାଜଗାଦି ରେ ବସିଲେ
ଲୋକେ ପୁଣି ଦିନ ମଜୁରି ପାଇଁ
ପର ଜମିରେ ଖଟିଲେ ।

ମୀରାରାଣି ପରିଡା଼
©234