L

"ଜଗନ୍ନାଥ"

ପବିତ୍ର ତୋ ତୁଳସୀ ପତ୍ର,
ପବିତ୍ର ତୋର ଶ୍ରୀକ୍ଷେତ୍ର।
ପବିତ୍ର ତୋ ଶରଧାବାଲି
ଯୋଉଠି ମୁଁ ଯାଉଛି ଚାଲି।
ପବିତ୍ର ତୋ ମନ୍ଦିର ବେଢ଼ା
ପବିତ୍ର ତୋର ଅବଢ଼ା।
ପବିତ୍ର ତୋ ଟଙ୍କ ତରାଣି,
ମାେ ମନ ନଉଛି କିଣି।

ପବିତ୍ର ତୋ ମୟୂର ଚୂଳ,
ପବିତ୍ର ତୋ ଦୟଣା ମାଳ।
ପବିତ୍ର ତୋ ସ୍ନାନ ମଣ୍ଡପ,
ତୋ ପାଦେ କୋଟି ଦଣ୍ଡବତ।
ପବିତ୍ର ତୋ ଗରୁଡ ସ୍ତମ୍ଭ,
ପବିତ୍ର ତୋ ଅରୁଣ ଖୁମ୍ବ।
ପବିତ୍ର ତୋ ଆନନ୍ଦ ବଜାର,
ତୋ ପାଖେ ଭକ୍ତ ହଜାର।
S.N(LIJU)
©fellall