L

"ଜୀବନର ମାନଦଣ୍ଡ "

ଏଠି ଅନେକ ଲୋକ ହୋଇଥାନ୍ତି ରୁଣ୍ଡ,
ହେଲେ କେତେଜଣ ବୁଝିଚନ୍ତି ଏଇ ଜୀବନର ମାନଦଣ୍ଡ???
ଯୋଉଠି ବିଶ୍ୱାସ ହୋଇଯାଏ ଖଣ୍ଡ, ଖଣ୍ଡ,
ସେଠି ସମସ୍ତେ ଲାଗନ୍ତି ଭଣ୍ଡ।
"ହଁ, ଏଇ ତ ଜୀବନର ମାନଦଣ୍ଡ"
ଜୀବନର ଅପରାହ୍ନ ରେ ଯେତେବେଳେ,
ଗଡ଼ିଯାଏ ଏଠି ମୁଣ୍ଡ।
କିଛି ନିଜର ଲୋକ, ଏଠି ହୋଇଥାନ୍ତି ରୁଣ୍ଡ।
"ହିଁ ଏଇ ତ ଜୀବନର ମାନଦଣ୍ଡ"
ଆଉ କିଛିଲୋକ ତୁମ କୋକେଇକୁ,
ଏଠି ଦେଇଥାନ୍ତି କାନ୍ଧ।
ସେଇ ଲୋକ ତୁମ ୧୦,୧୧ ରେ କହିଥାନ୍ତି,
କ୍ଷୀରି, ପୁରୀ ଟିକେ ରାନ୍ଧ।
"ହିଁ ଏଇ ତ ଜୀବନର ମାନଦଣ୍ଡ"
ଯେଉଁ ଲୋକ ତୁମ ମୁତ୍ୟୃରେ କରନ୍ତି,
କରୁଣା, ଚିତ୍କାର, କାନ୍ଦ।
୧୦ ଦିନ ତୁମ ସେଇ ଲୋକ କୁହେ,
ନୂଆ ଲୁଗା ଖଣ୍ଡେ ପିନ୍ଧ।
"ହିଁ ଏଇ ତ ଜୀବନର ମାନଦଣ୍ଡ"
ବର୍ଷେ ପରେ ତୁମ ଆତ୍ମା ଶାନ୍ତି ପାଇଁ,
ପୁଣି ଦେଇଥାନ୍ତି ପିଣ୍ଡ।
କୋଉଠି ଥାଆନ୍ତି ସମ୍ପର୍କୀୟ ମାନେ,
ଆସି ହୋଇଥାନ୍ତି ରୁଣ୍ଡ।
"ହିଁ ଏଇ ତ ଜୀବନର ମାନଦଣ୍ଡ "

S.N(LIJU)
©fellall