L

ଜୟ ଶ୍ରୀକୃଷ୍ଣ

କୋଉଠୁ ଆରମ୍ଭ କରିବି ତତେ ମୁଁ
କୋଉଠି କରିବି ଶେଷ
ତୁ ଅଛୁ ବୋଲି ଏଇ ଜୀବନରେ
ଚାଲୁଛି ଆଜି ମୋ ନିଶ୍ୱାସ
କେଉଁ ନାମ ଧରି ଡାକିବି ତତେରେ
ତୁ ତ ଶହ ଶହ ନାମ ଧାରୀ
ଯେତେ ଶୁଣିଲେବି ଶୁଣିବାକୁ ଇଚ୍ଛା
ଯୁଗ ଯୁଗ ର ଲୀଳା ତୋହରି
ଥରେ ନଜର ପଡିଲେ ମୁହଁରେ ତୋର
ଆଖି ଆସେ ନାହିଁ ଫେରି
କି ଯାଦୁ କେଜାଣି ଜାଣିଛୁ ରେ କାହ୍ନl
ମୋ ମନକୁ କଲୁ ଚୋରି
ଅନ୍ଧାର କୁ ଦେଖି ମା କାନି ଧରୁ
କିପରି ଦମନ କଲୁ ସେ କାଳିଆ ସର୍ପ କୁ
ଦହିହାଣ୍ଡି ଟିଏ ଟେକି ପାରୁନାହିଁ
କିପରି ଟେକିଲୁ ତୁ ଗୋବର୍ଦ୍ଧନ କୁ
ଲେଖିକା - ରାଜଶ୍ରୀ (ଲୋନି )
©loni1234