ଆଖି ବନ୍ଦ କଲେ
ତୋ ସ୍ବପ୍ନ ଆସିଯାଏ
ଅପଲକ ନେତ୍ରେ
ତୋ ଛବି ଦେଖୁଥାଏ
ତୋ ଥିରିଥିରି ସେଇ ବଇଁଶୀ ର ସ୍ୱର
ଚିରପୂଜ୍ୟ ସେ, ମୋ ପାଈଁ ମନ୍ଦିର
ତୋ ମସ୍ତକଶୋଭିତ, ସେ ମୟୁରଚୂଳ
ଆହା କି ସୁନ୍ଦର, ଭାରି ମନୋହର
ଏ ସାରା ବ୍ରହ୍ମlଣ୍ଡ ର, ସୃଷ୍ଟିକର୍ତ୍ତା ତୁହି
ତୁ ପରା ଦ୍ୱାରିକା ରାଜା
ଛପନକୋଟିର ଭୋଗକୁ ପାସରି
ଆଦରିଲୁ, ସୁଦାମା ର ଖୁଦଭଜା
ଭକ୍ତ ର ଦୁଃଖରେ ଦୁଃଖି ହଉ ତୁହି
ତାହା ତୋର ବଡ଼ପଣ
ଯୁଗ ଯୁଗ ର, ତୋ ମନମୁଗ୍ଧ ଲୀଳା
କରେ କୋଟି କୋଟି ମନ ଆକର୍ଷଣ
ରାଜଶ୍ରୀ (ଲୋନି )
©loni1998
L