"ଆଖିର ଛବି ରୁ, ପଢିନେଉ ତୁ
ମୋ ହୃଦୟ ର ସବୁ ଭାବନା
ମୋ ପ୍ରତି ସ୍ପନ୍ଦନ ରେ, ନା ତୋର ଲେଖା
କେମିତି ବଞ୍ଚିବି ତୋ ବିନା "
"ଦୁଃଖ ରେ ସାହସ, ଦଉ ବନ୍ଧୁ ଭଳି
ସ୍ନେହ ଦଉ ମା ସାଜି
ତୋ ପରି ସାଙ୍ଗ ଟେ ପାଖେଥିଲେ ମୋର
ହାରିବିନି କୋଉ ବାଜି"
"ବାସ୍ତବ ରେ ସିନା, ଦେଖା ତୁ ଦେଇନୁ
ସ୍ବପ୍ନ ରେ ଦେଇଛୁ ଦେଖା
ପ୍ରତ୍ୟକ୍ଷ ରେ ସିନା କଥା ତୁ ହେଇନୁ
ପରୋକ୍ଷେ କରିଛୁ ରକ୍ଷା "
"ରାଧା, ମୀରା ଭଳି ଭକ୍ତ ମୁଁ ନୁହେଁ
ମୁଁ ତୋର ଛୋଟିଆ ଭକ୍ତ
ମଥା ଛୁଇଁ ମୋର, କଥା ଦେ ଆଜି
କେବେ ଛାଡ଼ିବୁନି ମୋ ହାତ "
Rajashree(Loni)
©loni1998
L