"ସନ୍ଧ୍ୟା ଆସିଲେ ପଶ୍ଚିମ ଆକାଶେ,
ସୁରଜ ତ ଯାଏ ଡୁବି.........
ନୂଆ ନୁଆ କେତେ ପଂକ୍ତି ସବୁ ଯୋଡ଼ି,
କବିତା ଲେଖଇ କବି।"
"ମାନସପଟରେ ଅଙ୍କା ହୋଇଥାଏ,
ଯେତେ ଭି ପୁରୁଣା ଛବି.........
ଛବି ସବୁକୁ ସ୍ମୃତିରେ ବସାଇ,
କବିତା ଲେଖଇ କବି।"
"ସକାଳ ହୋଇଲେ ସୁରଜ ଉଇଁଲେ,
କାଉ ସିନା ଦିଏ ରାବି..........
ସାଉଁଟା ସ୍ବପ୍ନକୁ ବାସ୍ତବତା ଦେଇ,
କବିତା ଲେଖଇ କବି।"
"ମେଘୁଆ ପାଗରେ ବାଦଲ ଫାଙ୍କରେ,
ଲୁଚିଯାଏ ଯେବେ ରବି..........
କଳ୍ପନା ରାଇଜେ ନିଜକୁ ହଜାଇ,
କବିତା ଲେଖଇ କବି।"
S.N(LIJU)
©liju
L