L

" କଳା କହ୍ନେଇ "

ଧନ୍ୟ ତୋ ବାଙ୍କ ଚାହାଣୀ
ଦେଲୁ ତୁ ଗୀତା ର ବାଣୀ।
ଧନ୍ୟ ତୋ ବଂଶୀର ଧୂନି
ରାଧିକା ହେଲା ବାୟାଣୀ।
ଧନ୍ୟ ତୋ ମୟୂର ଚୂଳ
ସାଜିଲୁ ଲବଣି ଚୋର।
ଧନ୍ୟ ସେ ଯମୁନା କୂଳ
ପ୍ରେମର କଦମ୍ବ ମୂଳ।
ଧନ୍ୟ ତୋ ଚୋରା ପିରତି
ସାଜିଲୁ ଦାରୁ ମୂରତି।
ଧନ୍ୟ ତୁ ଯଶୋଦା ଧନ
କିଣିଲୁ ରାଧା ର ମନ।
ଧନ୍ୟ ତୁ ମୂରଲୀ ଧର
ଗଢ଼ିଲୁ ଦ୍ଵାରିକା ପୁର।
ଧନ୍ୟ ତୁ କଳା କହ୍ନେଇ
ଥରୁଟେ ଦେ ଅନେଇ।
S.N(LIJU)
©liju