L

କରୋନା

କରୋନା -ପ୍ରକୃତି ର ଅଭିଶାପ
"ଚାଇନା ଦେଶରୁ ଜନ୍ମିତ ହୋଇ ସେ
ବ୍ୟାପୁଛି ସାରା ବିଶ୍ୱରେ
ଉଚ୍ଚନୀଚ, ଧନୀଗରିବ ନ ମାନି
ଆତଙ୍କ ଖେଳାଉଛି ଘରେ ଘରେ "
"ବର୍ଷ ବର୍ଷ ଧରି ନୃଶଂସ ପାଲଟି
କରିଆସିଛରେ ଯେଉଁ ପାପ
ସାଧାରଣ ବ୍ୟାଧି, ଭାବନି ଏହାକୁ
ଏହା ପ୍ରକୃତି ର ଅଭିଶାପ "
"ଖୋଲା ଆକାଶର ମୁକ୍ତ ବାୟୁରେ
ଉଡ଼ିବୁଲଉଥିଲା ପକ୍ଷୀ
କି ଖୁସି କେଜାଣି ମିଳିଲା ତତେରେ
ତାକୁ ପଞ୍ଜୁରୀ ରେ ରଖି "
"ପବନର ଦିଗେ ଢଳିପଡୁଥିଲା
ମନୋହର ସେ ନିଷ୍ପାପ ବୃକ୍ଷ
ନିଜ ସ୍ୱାର୍ଥ ପାଈଁ, ବୃକ୍ଷ କୁ କାଟିଲୁ
ପାଲଟିଗଲୁ ତୁ ରୁକ୍ଷ "
"ପ୍ରକୃତି କୁ ନିଜ ହାତ ମୁଠା ରେ ରଖିକି
ଖେଳିଲୁ ତୋ ବୁଦ୍ଧି ଖେଳ
ଦେଖ୍, ଆଜି ସେ ପ୍ରକୃତି, କିପରି ସାଜିଲା
ତୋ ବୁଦ୍ଧିବଳ ର କାଳ "
"ହସଖୁସି ତୋର ଛଡେଇ ସେ ନେଲା
କଲା ତତେ ଗୃହବନ୍ଦୀ
ତିଳ ତିଳ କରି ତତେ ସେ ଜଳିଲା
ପୁରା କଲା ତାର ଜିଦି "
"ବିଜ୍ଞାନ ବି ଆଜି ଦ୍ୱନ୍ଦରେ ପଡିଛି
ପାଇନାହିଁ କିଛି ଉପାୟ
ସୁଧୁରିଯାଅରେ ବିଶ୍ୱବାସୀ ମାନେ
ଅନ୍ୟାୟ ର କର କ୍ଷୟ "
( ରାଜଶ୍ରୀ ବେହେରା)


©loni1998