C

କରୋନା ରୋଗ କୁ ଜମା ଆଣିବି ନାହିଁ

ଆଉ ସେ ଭିଡକୁ କେବେ
ମୁଁ ଯିବି ନାହିଁ
ଆଉ ସେ ବଜାର କେବେ
ମୁଁ ଯିବି ନାହିଁ
କରୋନା ରୋଗ କୁ ଜମା
ଆଣିବି ନାହିଁ।
ଯେଉଁ ବଜାର କୁ
ମୁଁ ଯାଉଥିଲି ନିତି
ଜଳଖିଆ ସାଥେ ସେଠି
ଚାଲୁଥୀଲା ଖଟି
ଆଉ ସେ ବଜାର କେବେ
ମୁଁ ଯିବି ନାହିଁ
ଅଯଥା ରେ ଭିଡରେ
ମୁଁ ପଶିବି ନାହିଁ।
ପରିବାର ସାଥେ ରହି
ହସି, ଖେଳି, ଗୀତ ଗାଇ
ଭୁଲିଯିବା ଆମେ ସବୁ କଷ୍ଟ
ବାରମ୍ବାର ହାତ ଧୋଇ
ମୁହଁ ରେ ମାସ୍କ୍ ଲଗେଇ
କରୋନା କୁ କରଦେବା ନଷ୍ଟ।
ହେଲୋ ହାଇ କୁ ଭୁଲି
କରିବା ନମସ୍ତେ
ତେବେ କରୋନା କୁ ଜିତି
ପୁଣି ହସିବା ସମସ୍ତେ
ଆଉ ସେ ବଜାର କେବେ
ମୁଁ ଯିବି ନାହିଁ
କରୋନା ରୋଗ କୁ ଜମା
ଆଣିବି ନାହିଁ।
Chandaneswar Mohanty
©chandanes