ପୁରାଣ ଯୁଗର କଥା ଯେ ଏହି,
ଯେବେ ପାପରେ ଥରି ଉଠିଲା ମହୀ।
ବ୍ରହ୍ମାଙ୍କୁ ପୂଜିଲା ମହିଂସାସୁର,
ପ୍ରାପ୍ତ କରିଲା ସେ ଅମର ବର।
ଶୁମ୍ଭ, ନିଶୁମ୍ଭଙ୍କ ସାଥିରେ ମିଶି,
ଅନ୍ତଃ ପୁରେ ଚିନ୍ତା କଲା ସେ ବସି।
ରମ୍ଭା,ମେନକା, ଆଉ ଐରାବତ,
ପାରିଜାତ ଧରି ପାନ କରିବ ଅମୃତ।
ଦୂତ ପଠାଇ ସେ କଲା ଜଣାଣ,
ସ୍ବର୍ଗ ପୁର ମତେ କର ଅର୍ପଣ।
ଦୂତ ଯାଇ ବାର୍ତ୍ତା ଇନ୍ଦ୍ରଙ୍କୁ ଦେଲା,
ଇନ୍ଦ୍ର ଦେବତାଙ୍କ କ୍ରୋଧ ବଢିଲା।
ଦୂତର କରିଲେ ଶୀର ଛେଦନ,
ଶୁଣି ମହିଂସା ଯେ କଲା ଗର୍ଜନ।
ତ୍ରିଭୁବନର ସେ ହୋଇବ ରାଜା,
ଦେବତାଙ୍କୁ ଦେବ ନିର୍ମମ ସଜା।
ସେନା ଧରି କଲା ସ୍ବର୍ଗ କୁ ଗସ୍ତ,
ଇନ୍ଦ୍ର ଦେବତାଙ୍କୁ କଲା ପରାସ୍ତ।
ଦୈତ ର କବଳୁ ବଞ୍ଚିବା ପାଇଁ,
ବ୍ରହ୍ମାଙ୍କ ପାଖକୁ ଗଲେ ଯେ ଧାଇଁ।
ବ୍ରହ୍ମାଙ୍କୁ କହିଲେ ଦେଇଛ ବର,
ଏବେ ଆମ୍ଭଙ୍କୁ ତୁମ୍ଭେ ଉଦ୍ଧାର କର।
ବ୍ରହ୍ମାଙ୍କ ଅସ୍ତ୍ର ଭି ମାନିଲା ହାର,
ସଭିଏଁ ଧାଇଁଲେ କୈଳାସ ପୁର।
ହରଙ୍କ ତ୍ରିଶୂଳ ହୋଇଲା ସ୍ଥିର,
ସଭିଏଁ ଚାଲିଲେ କ୍ଷୀର ସାଗର।
କ୍ଷୀର ସାଗରରେ ଅଛନ୍ତି ହରି,
ସେ ହିଁ କରିବେ ଆମକୁ ପାରି।
ଏହା ଚିନ୍ତାକରି ସଭିଏଁ ଗଲେ,
ବିଷ୍ଣୁଙ୍କ ଆଗରେ ଗୁହାରୀ କଲେ।
ସୁଦର୍ଶନର ଭି ହୋଇଲା ନାଶ,
ସବୁ ଦେବଗଣ ମେରୁ ପର୍ବତରେ କରିଲେ ବାସ।
ଏହା ଦେଖି କରି ଅସୁର ରାଜ,
ଖଣ୍ଡ, ଖଣ୍ଡ କଲା ମେରୁ ପର୍ବତ।
ବ୍ରହ୍ମାଙ୍କୁ ପଚାରନ୍ତି କମଳା ଇସ,
ମହିଂସାସୁର ର ମୃତ୍ୟୁ ରହସ୍ୟ।
ବ୍ରହ୍ମାଙ୍କର ଆଉ ମନେ ପଡୁନି,
ମାରିବାକୁ ଆଉ ବାଟ ମିଳୁନି।
ପ୍ରବେଶିଲେ ଆସି ନାରଦ ମୁନି,
କହିଲେ ଉପାୟ ଅଛି ମୁଁ ଜାଣି।
ମା ଦୁର୍ଗା ଯେବେ ନେବେ ଜନମ,
ସହିଂସାସୁର ର ହେବ ନିଧନ।
ସବୁ ଦେବତାଙ୍କ ବଢିଲା ଉର୍ଜା,
ଉର୍ଜାରୁ ଜନ୍ମିଲେ ମା ଦଶଭୁଜା।
ଅସ୍ତ୍ର, ଶସ୍ତ୍ର ରେ ସୁ- ସଜିତ ହେଲେ,
ସିଂହବାହିନୀ ମା ବୋଲାଇଲେ।
ଧାରଣ କରିଲେ ମୋହିନୀ ବେଶ,
ରତ୍ନଗିରି ରେ ମା କଲେ ପ୍ରବେଶ।
ଶୁମ୍ଭ,ନିଶୁମ୍ଭଙ୍କ କରିଲେ ନାଶ,
ଧାରିଲେ ମା ପୁଣି ଦୁର୍ଗା ବେଶ।
୧୦ ଦିନ ଧରି କରିଲେ ଯୁଦ୍ଧ,
ଶେଷରେ କରିଲେ ମହିଂସା ବଦ୍ଧ।
ଖେଳିଲା ସଭିଙ୍କ ମୁଖରେ ହସ,
ଦେବତା ଗାଇଲେ ମା'ଙ୍କ ଯଶ।
ତ୍ରେତୟା ଯୁଗରେ ପୂଜିଲେ ରାମ,
ଜପ କଲେ ତୋର ସହସ୍ର ନାମ।
କମଳ ନୟନ ଆଖିକୁ ତାଡ଼ି,
ଅର୍ପଣ କରିଲେ ୧୦୭ ନୀଳ ପଦ୍ମରେ ଯୋଡ଼ି।
ରାମଙ୍କ ପୂଜାରେ ମା ପ୍ରସନ୍ନ ହେଲେ,
ରାବଣର ବଦ୍ଧ ନିଶ୍ଚିତ କଲେ।
ରାବଣ ଭି ଥିଲା ଦେବୀଙ୍କ ଭକ୍ତ,
ହେଲେ ଗଡ଼ିଲାନି ତାର ପାପର ରଥ।
ଯେବେ ଦେବୀଙ୍କ ପୂଜାରେ ବିଘ୍ନ ଘଟିଲା,
ମା ଙ୍କର ତେଣେ କ୍ରୋଧ ବଢିଲା।
ଯୁଦ୍ଧରେ ରାବଣ ପରାସ୍ତ ହେଲା,
ଅକାଳରେ ତାର ଜୀବନ ଗଲା।
S.N(lIJU)
©liju
L