L

ମାଆ

"ଦୁନିଆ କଣ ଦେଖିନାହିଁ ସିଏ
ମା ତା ପାଈଁ ଦୁନିଆ
ସେ କି ଜାଣିଛି, କିଛି କ୍ଷଣ ପରେ
ସେ ଦବ, ତା ମା ମୁହେଁ ନିଆଁ "
"ମା ର ନିସ୍ତବ୍ଧ ଶୟନ କୁ ଦେଖି
କଅଁଳ ସ୍ୱରରେ ଡାକୁଛି ସେ ମା, ମା
ମା ଅର୍ଥ ଛଡା ବୁଝିନାହିଁ କିଛି
ଏବେ କିଏ ହବ ତାର ସାହା "
"ଦେଖିଦେଲେ ଥରେ ସେ କରୁଣ ଦୃଶ୍ୟ
ନେତ୍ର ହୁଏ ଅଶ୍ରୁ ଭରା
ତା ନିଷ୍ପାପ ହୃଦୟୁ ମା ଡାକ ଶୁଣି
ବିଚଳିତ ଆଜି ଧରା "
"ତା ବୟସ ହେଇନି ସହିବାକୁ କଷ୍ଟ
ତୋର ଏ କି ଅନ୍ୟାୟ ବିଚାର
କୋମଳ, ନିଷ୍ପାପ ଶିଶୁ ଟିଏ ସିଏ
କାଇଁ ସାଜିଲୁ ତା ପାଈଁ କଠୋର "
"କାନ୍ଦି କାନ୍ଦି କୁହେ, ଅଝଟ ହେବିନି
ଆଉ କାନ୍ଦିବିନି, ଉଠୁଯା ମା ଜଲଦି
କଥା ମୁ ଦଉଚି, ଆଉ କେବେ ମୁ
ତୋ ଆଗେ କରିବିନି କିଛି ଜିଦି "
"ମାମୁ ଘର ଯିବା, କହୁଥିଲୁ ପରା
ଏଠି କାଇଁ ଗଲୁ ଶୋଇ
ଏତେ କାନ୍ଦି କାନ୍ଦି ଡାକିଲା ପରେ ବି
ମାଆ ତୁ ଉଠୁନୁ କାଇଁ 😭🥺

ରାଜଶ୍ରୀ (ଲୋନି )
©loni1998