P

ମୋ ସଂସ୍କୃତି 🙏

ମୋ ସଂସ୍କୃତି
ଯିଏ ମତେ ଶିଖେଇଛି
ସଞ୍ଜ ବେଳେ ବଳିତା ଜଳେଇବା ହେଉ
କି ଦୀପାବଳି ରେ ଘର ସଜେଇବା ଦୀପ ଜାଳି
ପୁଣି ଜାଗର ଜାଳିବା ଶିବରାତ୍ରି ରେ
ଦୋଳ ବେଦି ରେ ଭୋଗ ଖୁଆଇବା ଦିଅଁ ଙ୍କୁ
ହୋଲି ତ ପୁଣି ରଙ୍ଗ ର ପର୍ବ
ଯେବେ ସମସ୍ତେ ଭିଜି ଯlନ୍ତି ରଙ୍ଗରେ
ଆହୁରି ପୁଣି ରଜ ହଉ ବା ଦଶହରା
ବନ୍ଧୁବାନ୍ଧବ ଙ୍କ ସହ ମେଳଣ ର ମଜା
ଏ ସବୁ ଭିତରେ ରେ ହିଁ
ମୁଁ ଖୋଜି ପାଏ ନିଜକୁ
ଖାଣ୍ଟି ଓଡ଼ିଆଟିର ବାର ମାସରେ ତେର ପର୍ବ
ଆଉ ତାର ଆନନ୍ଦ କୁ l
🙏🙏🙏🌹🌹🙏🙏🙏🙏🙏
©prasannaku