ଜୀବନ ଯୁଦ୍ଧରେ ନଯାଇ ହାରି
ଭାସି ଭାସି ଦିନେ ସମୟ ସ୍ରୋତରେ
ଚାଲିଯିବି ଆର ପାରି।
ମୁଁ ଚାଲିଯିବି ଆର ପାରି..............
ଚାରିପାଖେ ମୋର ଆତ୍ମୀୟ ସ୍ୱଜନ, ବନ୍ଧୁ, ପରିଜନ
ରହିଥିବେ ମତେ ଘେରି
ଆଖିରୁ ତାଙ୍କର ଲୁହ ପଡ଼ୁଥିବ ଝରି
ମୁଁ ଚାଲିଯିବି ଆର ପାରି।
ମୁଁ ଚାଲିଯିବି ଆର ପାରି...............
କୋକେଇ କୁ ମୋର ଧରି
ଲୋକେ ଚାଲୁଥିବେ ଥିରି, ଥିରି
ହରି ନାମ ଜପ କରି
ମୁଁ ଚାଲିଯିବି ଆର ପାରି।
ମୁଁ ଚାଲିଯିବି ଆର ପାରି..............
ମଥାରେ ମୋହର ଅବିର ଟିକିଏ ବୋଳି
ଶଙ୍ଖ,ହୁଳହୁଳି, ସବଦରେ
ଏଇ ଧରା ଯାଉଥିବ ଥରି
ମୁଁ ଚାଲିଯିବି ଆର ପାରି।
ମୁଁ ଚାଲିଯିବି ଆର ପାରି..............
S.N(LIJU)
©liju
L