ପ୍ରତିଛବି ତୁମ ଆଂକୁ ଆଂକୁ
ଅଜାଣତେ ବହିଗଲା
ଦୁଇଟୋପା ଲୁହ
ମୋ ଲୁହ ସ୍ପର୍ଶ ରେ
ପ୍ରତିଛବି ତୁମ
ହେଲା ଅଧିକ ସ୍ପଷ୍ଟ,ଆଉ ତେଜିଆନ୍
ଆହୁରି ଅଧିକ ସୁନ୍ଦର
ଯେତିକି ମୁଁ କରିଥିଲି ଅନୁମାନ!
ମୁଁ ଯେ ଏକ ଅଜଣା ଚିତ୍ରକର
ଅପ୍ରତିଷ୍ଠିତ ମୁଁ ଉକ୍ତ ସମାଜର
ଖିଆଲି ମନ ମୋର
ଆଙକି ଚାଲିଛି ତୁମ ଶତାଧିକ ଚିତ୍ର
ଆଶା ନାହିଁ ଲଭିଵାର
କୌଣସି ସମ୍ମାନ,
ପଦକ ଅବା ପୁରସ୍କାର
ଚିତ୍ରକର ଜୀବନ ମୋ
ଆରମ୍ଭ ହେଲା କେବେଠୁଂ
ମନେନାହିଁ, ମନେନାହିଁ ଆଜି ମୋର
ମାତ୍ର ସେଦିନୁ ଚିତ୍ରକଳା
ହେଲା ମୋ ଆଦ୍ଋୁତ
ଯେଦିନୁଁ ଲାଗିଥିଲା ଚେନାଏ ପ୍ରେମାଗ୍ନି
ହ୍ରୁଦୟ ରେ ମୋର
ଯାର ଥିଲ ତୁମେ ସୂତ୍ରଧର
ଯାର ଥିଲ ତୁମେ ସୂତ୍ରଧର !!!
ଚନ୍ଦନେଶ୍ଵର ମହାନ୍ତି
©chandanes
C