L

" ନୀଳ କଇଁ ହସୁଥାଏ "

ଆକାଶ ର ଅନ୍ତରାଳେ,🌫️
ବାଦଲର ତାଳେ ତାଳେ,☁️
ହସି,ଖେଳି,ନାଚି, ଗାଇ,
ଜୀବନ ଏ ବିତିଯାଏ..........
ଛୋଟ ଏଇ ଫୁଲ ଟିଏ,🌹
ବାସ ତାର ଚହଟାଏ,
ଚୁଲୁବୁଲି ପ୍ରଜାପତି,🦋
ମହୁ ତାଠୁ ଶୋଷିନିଏ..........
କଳ କଳ ଝରଣାଟି,🏞️
ଝର ଝର ବହିଯାଏ,
ମୃଦୁ, ମୃଦୁ ଜଳ ତାର,🗻
ତୃଷ୍ଣା ନିବାରଣ କରିଦିଏ.........
ସମୁଦ୍ରର ଢେଉ ସବୁ,🏄
ଲହରୀ ରେ ଖେଳୁଥାଏ,
ଶାମୁକା ରେ ଜଳବିନ୍ଦୁ,
ମୁକ୍ତା ହୋଇ ଭରିଯାଏ💎.........
ପୁନେଇ ର ଜହ୍ନ ତାର,🌙
ଯୋସ୍ନା ସବୁ ଢ଼ାଳିଦିଏ,
ସେଇ ଯୋସ୍ନା ସ୍ପର୍ଶ ପାଇ,
ନୀଳ କଇଁ ହସୁଥାଏ...........
S.N(LIJU)
©liju