ରଥରେ ବସିବେ କାଳିଆ ବଦନ,
ଆଃ କି ସୁନ୍ଦର ଶ୍ରୀଚକା ନୟନ।👀👀
ପାଟ ପିତାମ୍ବର ଶ୍ରୀଅଙ୍ଗେ ଧାରିବେ,
ସରଧା ଵାଲିକୁ ଓଲ୍ଲାହି ଆସିବେ।
ଶ୍ରୀମୁଖ ଟି ତାଙ୍କ ଝଲସି ଉଠିବ,
ଦେଉଳ ଯେ ଶୂନ୍ୟ ପଡ଼ିଥିବ।
ଲକ୍ଷ୍ମୀ ଠାକୁରାଣୀ ରହିଥିବେ ଚାହିଁ,
କେତେବେଳେ ପ୍ରଭୁ ଆସିବେ ବାହୁଡି।
ଭକତଙ୍କ ପାଇଁ କାଳିଆ ଦର୍ଶନ,
ଏହି ସାଲ ପାଇଁ ସାତ ଯେ ସପନ।
ସରଧା ବାଲିରେ ରଥ ଯିବ ଗଡ଼ି,
ଭକତଙ୍କ ଆଉ ସୁଭିବନି ରଡ଼ି।
କାଳିଆର ଲୀଳା କିଏ ବା ବୁଝିବ,
ତାର ମନକଥା ସିଏ ଜାଣିଥିବ।
ଭାବ ସମୁଦ୍ର ରେ ମନ ଯାଏ ଭାସି,
କହ କାଇଁ ଗଲୁ କାଳିଆ ତୁ ରୁଷି???
"ଜୟ ଜଗନ୍ନାଥ"
🙏🙏🙏🙏🙏🙏🙏🙏
(S.N liju)
©fellall
L