ପ୍ରେମ**
ଯେବେ ସେ ଅଧୁରା ରହେ,
ସାଜେ ସେ ଅଧାଲିଭା ପାଦ ର ଅଳତା,
କରି ପାରେନା ଆକର୍ଷିତ ପ୍ରେମିକ ଆଖିକୁ l
ପୁଣି କେବେ ଅଧା ବାଟ ଭଙ୍ଗା ଚାଳିଟିଏ ପରି,
ମେଣ୍ଟାଇ ପାରେନା ବାଟୋଇ ର ଥକ୍କା କୁ l
କିନ୍ତୁ, ଯେବେ ପୂର୍ଣ୍ଣତା ଆସେ ପ୍ରେମରେ ,
ଯୋଡି ହୁଏ ଦୁଇ ହୃଦୟ ସ୍ପନ୍ଦନ
ସ୍ପଷ୍ଟ ଶୁଭେ ଛାତି ର କମ୍ପନ l
ରହେନା ସେଠି ଛଳନା ର ସ୍ଥାନ,
ଅଙ୍ଗେ ଅଙ୍ଗେ ଖେଳିଯାଏ ଶିହରଣ ll
💕💕❤💕💕
P. K. SWAIN
©prasannaku
P