ଜଡରେ ଜୀବନ ସ୍ଥାପନ କରୁ ତୁ
ଅସମ୍ଭବରେ ସମ୍ଭବ
ସାମାନ୍ୟ ଇସାରାରେ
ସରଗର ଚାନ୍ଦ ତୋଳିବାର ପ୍ରୟାସ
କରାଉ ଶକ୍ତିହୀନର ଜାଗରୁକତା ପ୍ରସ୍ଫୁଟନ
ନିରାଶା,ହତାଶାରେ ଆଶାର ଆଲୋକ
ପୁଣି କେବ,
ସମସ୍ତ ଅବସ୍ଥିତିରେ ବି ଅନୁପସ୍ଥିତି
ବିସ୍ତିର୍ଣ୍ଣ ଜଳରାଶିରେ ବି ମରୀଚିକା
ସୈ।ଭାଗ୍ୟ,ସୈ।ନ୍ଦର୍ଯ୍ୟରେ ପୁଣି
କଳୁଷତାର ଦୁର୍ଭାଗ୍ୟ
କିଏ ତୁ ସର୍ବ ଶକ୍ତି ଧାରିଣୀ
ଓଲଟ ପାଲଟ କରିବାର ସାମର୍ଥ୍ୟଧାରିଣୀ
ତୁ ତ ଶକ୍ତି ସ୍ବରୁପିଣୀ
ହେଲେ ତୋ ପରିଚୟ ?
ତୁ ପ୍ରେମିକା, ଭଗିନୀ, ଜନନୀ ନାଁ ନାୟିକା
ତୁ ତ ଶିବା ଶିବଙ୍କର
ପ୍ରେରଣା ଦାୟିନୀ ଆଦିଶକ୍ତି
ରୂପ ତୋର ଆବଶ୍ୟକତାକୁ ନେଇ ।
©yudhisthir
Y