"ରାଜନୀତିର ପୁସ୍ତକ ଆଉ ନାହିରେ ଅଛପା
ସାରା ଓଡିଶା ଦେଇଛି ପଢି
ନେତା, ମନ୍ତ୍ରୀ ଙ୍କୁ ନ ଡରି, ଚାଲ ବାହାରିବା
ପରୀ ପାଇଁ ଆମେ ଲଢ଼ି "
"ଆମ ସରକାର ଅଟେ ଅପାରଗ
ସେ ଲାଞ୍ଚ ମହଲର ରାଜା
ଲାଞ୍ଚ ଦେଇ ଦୋଷୀ, ନିର୍ଦ୍ଦୋଷ ପାଲଟେ
ଏଠି ନିର୍ଦ୍ଦୋଷ ଭୋଗଇ ସଜା "
"ନିରୀହ ଶିଶୁକୁ, ନିର୍ଦୟ ଭାବେ ମାରିବାକୁ
କିପରି ତୋ ହାତ ଗଲା
ମାରିଦେଇ ଆସି, ଯୋଉ ଅଭିନୟ ତୁ କରୁଛୁ
ସବୁ ଦେଖୁଛି ଉପର ଵାଲା "
"ରାଜନୀତି କ୍ଷମତା କୁ, ଅସ୍ତ୍ର କରି ତୁହି
ଖେଳୁଛୁ ରେ ଯୋଉ ଖେଳ
ଆଉ ଡେରି ନାହିଁ, ଆସୁଛି ସମୟ
ନିଶ୍ଚେ ପାଇବୁ ତୋ ଖେଳର ଫଳ "
ରାଜଶ୍ରୀ
©loni1998
L