ପ୍ରକୃତି କାନ୍ଦୁଛି ହସୁଛି କୋରୋନା
ଶକ୍ତ ଦାନବ ଟେ ପରି
ନୟନୁ ଶୁଖୁନି ଅଶ୍ରୁ ର ଧାର
ପାରୁ ନାହିଁ ଧର୍ଯ୍ୟ ଧରି ।।
କଷ୍ଟ ସହି ସହି ଆଉ ପାରିଲାନି
ଫେରାଇଲା ସିନା ମୁହଁ
ସନ୍ତାନ ମୃତ୍ୟୁ ର ଦୁଃଖ ରେ ଜନନୀ
ସମ୍ଭାଳି ପାରୁନି କୋହ ।।
ଆଜି ବି ତା ଦୟା ଆମ ପାଇଁ ଅଛି
ଦେଉଛି ଖାଦ୍ୟ ଓ ଜଳ
ଆଜି ବି ପ୍ରକୃତି ସମୟ ଦେଉଛି
ନିଜକୁ ନିଜେ ସମ୍ଭାଳ ।।
ପ୍ରକୃତିର ଯତ୍ନ ଆମେ ନେଉଥିଲେ
ସିଏ ଆମ ଯତ୍ନ ନେବ
ପ୍ରକୃତି ହସିଲେ ଆମେ ହସୁଥିବା
ଦୁରାରୋଗ୍ୟ ହଟିଯିବ ।।
©aliva
A