ରାତି ଶୋଇଗଲା ପରେ
ତୁମେ ଆସ
କଳା ପରଦା ପିନ୍ଧି
ମୋ ମନ ର ଭଙ୍ଗା କାନ୍ଥ ଦେଇ
ଅସରନ୍ତି ଆଶା ସ୍ୱପ୍ନ ନେଇ
ବହିଯାଏ ସବୁ ଦୁଃଖ ମୋର
ହୋଲି ରଂଗ ଦେହରୁ ଛାଡିଲା ପରି
ଆକାଶ ରୁ ବର୍ଷା ହେଲା ପରି
ପାହାଡ଼ ରୁ ଝର ଝରିଲା ପରି
କିନ୍ତୁ ଏ କଣ
ଏ ସ୍ୱପ୍ନ ନା ବାସ୍ତବ
ତୁମେ ଚାଲି ଯାଉଛ
ମୋ ଠୁ ଦୁରେଇ ଦୁରେଇ
ଠିକ୍ ପଦ୍ମ ଘୁଞ୍ଚି ଗଲାପରି
ଆଶା ସ୍ୱପ୍ନ ମୋର
ଯାଉଛି ମିଳେଇ ମିଳେଇ
ଠିକ୍ ପ୍ଲାଷ୍ଟିକ ତରଳିବା ପରି
ଦିନ ଚେଇଁ ଗଲାପରେ
ହଟିଯାଏ
କଳା ଆସ୍ତରଣ
ବାସ୍ତବତାର କାଚଖଣ୍ଡ ଉପରୁ
ପୁଣି ସବୁ ଠିକ୍ ଠାକ୍ ପୂର୍ବପରି
ଗଛରୁ ନୁଆ ପତ୍ର କଅଁଳିଲା ପରି
ଏକ କଠୋର ସତ୍ଯ ରେଖାପାତ ହୁଏ
ଏ ହେଉଛି ଏକ ସ୍ୱପ୍ନ
ଯାହା ଏକ ମଧୁର ଅସତ୍ଯ !
©chandanes
C