L

ସାଙ୍ଗ ❤️

ଦେହ ସିନା ଭିନ୍ନ, ମନ ତ ସମାନ
ଆମେ ସୁଖ ଦୁଃଖର ସାଥି
ଯେତେ ଦିନ ଗଡେ, ସେତେ ମନେ ପଡେ
ତୁମ ସହ ବିତିଥିବା ପ୍ରତି ସ୍ମୁତି
ଲୁଚି ଲୁଚି କେତେ କରିଛେ ଦୁଷ୍ଟାମୀ
ପୁଣି ଏକାଠି ଶୁଣିଛେ ଗାଳି
ପରିବାର ଭଳି ଖୁସିରେ ରହିଛେ
ପୁଣି କରିଛେ ରେ ମିଠା କଳି
ମୋ ପ୍ରତି ଖୁସିର, ଔଷଧ ତୁମେମାନେ
ତୁମେ ମୋ ଓଠ ର ହସ
ଆମ ବନ୍ଧୁତା ର ଡୋରି ଅତୁଟ ରହିବ
ବିତିଯାଉ ଯେତେ ବର୍ଷ

କେଉଁ ଜନ୍ମ ର, କି ପୂନ୍ୟ ଫଳ ଇଏ
ପାଇଛି ତୁମ ଭଳି ସବୁ ସାଙ୍ଗ
ସାଙ୍ଗ ନୁହେଁ ଖାଲି, ତୁମେ ମୋ ଜୀବନ
ତୁମେ ମୋ ଶରୀର ର ପ୍ରତି ଅଙ୍ଗ
©loni1998