ବଧିର ରାତିରେ ଅଧିର ହୃଦୟ ରୁଧିର ଢାଳୁଛ କାହିଁ
କାହିଁ ପାଇଁ ସାଥୀ ଚାଲିଗଲ ତୁମେ ପଛକୁ ଚାହିଁଲ ନାହିଁ?
ଅମାବାସ୍ୟାର କାଳିମା ଅନ୍ଧାର ଢାଙ୍କିଛି ଚନ୍ଦ୍ରମା ମୁଖ
ତୁମ ବିନା ସାଥୀ ଅର୍ଥହୀନ ଏଇ ଜୀବନରେ ନାହିଁ ସୁଖ।
ଝରଣାଟା ସିନା ବହିଯାଏ ଚିରି ଦକ୍ଷ ପାହାଡ଼ର ବକ୍ଷ
ତୁମ ବିନା ମୋର ମନ ମରୁଭୂମି ସମିତି ପଡ଼ିଛି ରୁକ୍ଷ।
ଅପେକ୍ଷା କରିବି ତୁମ ପାଇଁ ସାଥୀ ଏଇ ମାେ ଜୀବନ ସାରା
ତୁମ କଥା ସାଥି ମନେ ପଡ଼ିଗଲେ ଆଖିରେ ଶ୍ରାବଣ ଧାରା।
S.N(LIJU)
©liju
L