କେବେ କେବେ ମୁଁ ଅଲୋଡ଼ା,
କେବେ ପୁଣି ଖୋଜାପଡେ
ଶବ୍ଦର ସମ୍ଭାର ରେ କବିତା ର ପଂକ୍ତି ପାଇଁ,
କେବେ ପୁଣି ସାଥୀର ଗଲାମାଳି ରେ
ସଜେଇ ହେଇ ରହେ ମୁଁ,
ଶୂନ୍ୟଗର୍ଭା ବେଳେ ସିନା ବେଳାଭୂମିରେ
ଏଣେ ତେଣେ ପଡିଥାଏ ଅଲୋଡ଼ା ହୋଇ,
ତଥାପି ସେଠି ପ୍ରେମୀ ଯୁଗଳଙ୍କୁ ଆକର୍ଷିତ
କରିପାରେ ମୁଁ,
ମତେ ନେଇ ସାଇତି ରଖନ୍ତି ସମସ୍ତେ
ଭଲ ପାଇବାର ସ୍ମୃତି କରି l
କିନ୍ତୁ ଯେବେ ମୁଁ ପୂର୍ଣ୍ଣଗର୍ଭା ହୋଇ
ସାଇତି ରଖେ ମୁକ୍ତା କୁ,
ମୁଁ ହୁଏ ଦୁର୍ଲଭା,
ସମସ୍ତେ ଅନ୍ୱେଷଣ କରନ୍ତି ମୋତେ
କେତେ କେତେ ଦିନ ବିତିଯାଏ
ମତେ ପାଇବା ପାଇଁ,
ଆଉ ଯେବେ ମିଳି ଯାଏ ସୀମାଡ଼ିଏଁ ଖୁସି,
ମୁଁ ହିଁ ତ ଶିଖେଇ ଦିଏ
ଜୀବନର ପ୍ରତିକ୍ଷଣେ ବଞ୍ଚିବା
ଅନ୍ୟକୁ ଖୁସି କରିବାର ଆଶା ନେଇ l
❤❤🌹🌹❤❤
©prasannaku
P