S

ଶୀର୍ଷକ -: ଗାଆଁ ମୋର.. ତୋ ପ୍ରେମରେ...

ତତେ ନେଇ କେତେ ସ୍ବପ୍ନ ଦେଖେ
କିନ୍ତୁ ସେ ସ୍ୱପ୍ନରେ ତୁ ନ ଥାଉ,
କେଜାଣି ଆଖି ଖୋଲିଲେ ପାଏ
କଂକ୍ରିଟ ଛାତ ଉପରେ ମୁଣ୍ଡ ଦେଇ
ଆକାଶରେ ଫଳନ୍ତି ଡେଙ୍ଗା ଡେଙ୍ଗା ନଡ଼ିଆ ଗଛ 🌴!
କେତେ ଥର ଭାବିଛି ତତେ
ସହର ବୁଲେଇ ନେବି,
ତୋର ସେ ସବୁଜ ପାଟଶାଢ଼ୀ ବଦଳରେ
କିଣିଦେଵି ଖଣ୍ଡେ ଆକାଶୀ ରଙ୍ଗର !
ତୁ ଆଗ କହ ତ...
ସବୁବେଳେ କାହିଁକି ଜିଦରେ ବସୁ??
ଓଃ ! ଭୁଲିପାରୁନୁ ଏଇ ସାତ ପୁରୁଷ
ଇଟା, ବାଲି ଓ କାନ୍ଥର ଘର |
ମୁଁ ବି ମୋ କର୍ତବ୍ୟକୁ ମୁଣ୍ଡ ନୁଆଇଁ
ତତେ ଛାଡି ଆସିଛି ଏ ସହରକୁ...
ଆଉ ଆଖି ସାମ୍ନାରେ ପାଏ
ତୋ ପଣତକାନି ବଦଳରେ
କୁଢ଼ କୁଢ଼ ଟଙ୍କାର ଗନ୍ଧ !
କବି ସତ୍ୟରଞ୍ଜନ ଦାସ✍️
ରତଳାଙ୍ଗ ବୈଷ୍ଣବ ମଠ
ଯାଜପୁର, ଓଡିଶା
©satya2908