Y

ସ୍ମୃତି

କ୍ଷୁଦ୍ର କ୍ଷୁଦ୍ର ମୁହୂର୍ତ୍ତ ନେଇ ଆସେ ପରିବର୍ତ୍ତନ
ପୁଣି ଚାଲିଯାଏ କେଉଁ ଅଜ୍ଞାତ ଇଲାକାକୁ
ସାମାନ୍ୟ ସାନ୍ନିଧ୍ୟରେ ମିଳେ ଅପାର ଆନନ୍ଦ
ଅବା
କଣ୍ଟକିତ କ୍ଷତାକ୍ତ ଯନ୍ତ୍ରଣା
ପୁଷ୍ପିତ ହେଉ ଅବା ହେଉ କଣ୍ଟକିତ
ଛାତିତଳେ ରହିଯାଏ ଗାରଟିଏ ହୋଇ
ଜିଏଁ କିଏ ହୋଇ ସ୍ମୃତିସର୍ବସ୍ବ , ଆଉ କିଏ ହୋଇଯାଏ ନିସ୍ବ ।
ମାତ୍ର,
ସ୍ମୃତି ସବୁ ଧୂସର ଅତୀତ
ସତ ହୋଇ ସ୍ବପ୍ନରେ ଆସିଲେ ବି ଧରା ଦିଏନି
ଅନ୍ତର୍ହିତ ରହିଥାଏ ନିବୃତ କୋଣରେ
ଲୁଚିଛପି ଦିଏ ପ୍ରିତୀ ଅବା ବିଷାଦ
କାନ୍ଦେ କିଏ ମୁଣ୍ଡ ପିଟି ଅବା ଛାତି କୋରଡି ହୋଇ
ଆଉ କିଏ ଆନନ୍ଦରେ ନାଚୁଥାଏ ହାତ ଟେକି ।
©yudhisthir