ଯେବେ ଫଗୁଣ ଆସେ
ରଙ୍ଗରେ ରଙ୍ଗେଇ ଦିଅ ମତେ,
ବସନ୍ତରେ କୋଇଲିର କୁହୁ ତାନ ରେ
ହଜିଯାଅ ଯେବେ,
ମୁଠେ କୃଷ୍ଣଚୂଡ଼ା ପାଖୁଡା ନେଇ
ପକେଇ ଦିଏ ତୁମ ଉପରେ,
ଗ୍ରୀଷ୍ମ ରେ ତ କେତେ ଖରାବେଳ ବିତି ଯାଇଛି
ତୁମ ସହ ଆମ୍ବତୋଟାରେ,
ବର୍ଷାବେଳେ ଭିଜା ମାଟିର ବାସ୍ନା
ବିଭୋର କରେ ତୁମକୁ,
ସାଧବବୋହୁ ପଛରେ ଯାଉ
ଦୁହେଁ ମିଶି,
ଶରତସନ୍ଧ୍ୟା ରେ ଜହ୍ନକୁ ନିରେଖି ଦେଖୁ
ଦୁହେଁ ମିଶି,
ହେମନ୍ତରେ ଶିଶିର ବିନ୍ଦୁକୁ ମୁକ୍ତା କହି
ଧରେଇ ଦିଅ ମୋ ହାତରେ
ଶୀତ ଆସିଲେ ତ ଭାରି ଡର ତୁମେ
ଜମା ବାହାରନି କମଳ ଭିତରୁ,
ଯେମିତି ନିଛକ ଅଳସୁଆ ମଣିଷର
ସବୁ ଗୁଣ ନେଇଆସିଛ ତମେ,
ପରେ ପରେ ପୁଣି ଚାଲି ଆସେ ବସନ୍ତ,
ଏମିତି ହିଁ ସରିଯାଏ ଋତୁ ପରେ ଋତୁ
ତୁମ ସହ,
ତୁମ ଭଲ ପାଇବାକୁ ପାଥେୟ କରି
ବିତି ଯାଏ ସମୟ l
❤❤❤❤❤
©prasannaku
P