ଉତ୍କଳ ରୁ ଜାତ ଉତ୍କଳୀୟ ଆମେ
ବସି ରହିବନି ଆଉ
ଦେଶ ଜାତି ପାଈଁ ଲଢ଼ୁଥିବା ଆମେ
ପ୍ରାଣ ଗଲେ ପଛେ ଯାଉ
ଜାତି, ଧର୍ମ ସବୁ ମଣିଷ ର ସୃଷ୍ଟି
ମନରୁ ଦିଅ ପାସରି
ଦେହ ସିନା ଭିର୍ନ, ମନ କର ଏକ
ଉତ୍କଳ ଜାତି ଆମରି
ଉତ୍କଳ ସେବାରେ କେତେ ଯେ ସମ୍ରାଟ
ସହିଦ ହୋଇଛନ୍ତି ଆଜି
ଯୁଗ ଯୁଗ ପାଈଁ ଏ ହୃଦୟରେ
ସେ ରହିବେ ଦେବତା ସାଜି
ଏ ସାରା ବିଶ୍ୱରେ ଶୁଭୁଥାଉ ନୀତି
ଉତ୍କଳ ବିଜୟ ସ୍ୱର
ଉତ୍କଳ ସେବାରେ, ଉତ୍କଳ ମାଟିରେ
ଚାଲିଯାଉ ଏ ଜୀବନ ମୋର
©loni1998
L